Headlines

ଦେଶ ବିଦେଶ

ରାଜନୀତି

ଖେଳ

Latest Updates

ଗରିବ ସତ ହେଲେ ମାନବିକତାରେ ବେଶ ଧନୀ ସାହେବ ମଉସା।

October 06, 2019



ଜି ଉଦୟଗିରି ର ଏମ୍ ଡ଼ି ନାଜୁରୁ ସାହେବ ଯିଏକି ସାଇକେଲ ମରାମତି କରି ପେଟ ପୋଷିଥାଆନ୍ତି।ଗତକାଲି ଆହାର କେନ୍ଦ୍ର ନିକଟରୁ ଏକ ମନି ପର୍ସ ପଇଥିଲେ।ସେଥିରେ ତିନି ହଜାର ଟଙ୍କା, ଏ ଟି ଏମ୍ କାର୍ଡ ଓ କିଛି କାଗଜପତ୍ର ଥିଲା।ପାଇଲା ପରେ ନିକଟରେ ଥିବା ଦୋକାନି ଙ୍କୁ କହିଥିଲେ ଯେ ଯଦି କେହି ପର୍ସ ଖୋଜିବେ ତେବେ ମୋତେ କହିବ। ନିଜେ ନରଖି ଉକ୍ତ ପର୍ସ କୁ ନେଇ ତାହାର ମାଲିକ ଶତ୍ରୁଘ୍ନ ଙ୍କୁ ଫେରାଇଥିଲେ। ସେ ଟଙ୍କା ମଧ୍ୟ ଶତ୍ରୁଘ୍ନ ଙ୍କର ପାଇଁ ଅତି ଦରକାର ଥିଲା।

ସମ୍ବାଦଦାତା (ଜଗନ୍ନାଥ ପ୍ରସାଦ ମହାନ୍ତି)

ସାହାସିକତା ପାଇଁ ପାଇଲେ ୩ ଯୁବକ ପୁରସ୍କାର।

August 23, 2019

କଟକ: ଦୁଇଦିନ ତଳେ ସାତବାଟିଆ ସ୍ଥିତ କେନ୍ଦ୍ରାପଡା କେନାଲରେ ଭାସିଯାଉଥିବା ଜଣେ ଯୁବକଙ୍କୁ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ପୁରସ୍କୃତ କରିଛନ୍ତି।ତିନି  ଯୁବକ ବିଜୁ ଯୁବ ବାହିନୀ ଓ ମୁକ୍ତେଶ୍ଵର କ୍ଲବର ସଦସ୍ୟ।

ଜଗତପୁର ଡାକ ବଙ୍ଗଳା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ଧାର କରିଥିବା ବିକାଶ ଭୂଇଁଆ, ସମ୍ବିତ ପ୍ରଧାନ ଓ ରାଜେଶ ବେହେରାଙ୍କୁ ମାନପତ୍ର ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ।

ଏହି ଅବସରରେ ମୁକ୍ତେଶ୍ଵର କ୍ଲବର ସଭାପତି ପୁଷ୍ପଜିତ ପ୍ରଧାନ,ଉପ ସଭାପତି ଦିଲ୍ଲୀପ ଭୁଇଁଆ,ସମ୍ପାଦକ ଅମୂଲ୍ୟ ଭୁଇଁଆ,ସାଲେପୁର ଯୁବ ସମାଜସେବା ଓ ସାଲେପୁର ବ୍ଲକର ସଂଯୋଜିକା ଶର୍ମିଷ୍ଠା ଦାସଙ୍କର ଓ ଜିଲ୍ଲା ସଂଯୋଜକ ସୂଚିତ ମହାନ୍ତି ସମେତ ବିଜୁ ଯୁବବାହିନୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବାଦଦାତା : ଜଗନ୍ନାଥ ପ୍ରସାଦ ମହାନ୍ତି

ଅଗ୍ରଣୀ ସାମାଜିକ ସଂଗଠନ ସାଇନ ଅଫ ସନ୍ଧ୍ୟା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ।

July 31, 2019


କଟକ:ଅଗ୍ରଣୀ ସାମାଜିକ ସଂଗଠନ ସାଇନ ଅଫ ସନ୍ଧ୍ୟା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ରାଣୀ ସୁଖାଦେୟି ମହିଳା ମହାବିଦ୍ୟାଳୟ ବାଙ୍କୀ ଠାରେ ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିର ରେ ବହୁ ଯୁବକ ଓ ଯୁବତୀ ମାନେ ସ୍ବ ଇଚ୍ଛାରେ ଆସି ରକ୍ତଦାନ କରିଥିଲେ।କାର୍ଯ୍ୟକ୍ରମ ରେ ସର୍ବମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଙ୍କୀ ସଭାପତି ସୁବାସ ପତି, ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ୟାମସୁନ୍ଦର ରାଉତ, ସମାଜସେବୀ ଓ ପ୍ରାଧ୍ୟାପିକା ସନ୍ଧ୍ୟା ମହାନ୍ତି ଓ ସାଇନ ଅଫ ସନ୍ଧ୍ୟାର ଅଧକ୍ଷା ସାଧ୍ୟରାଣୀ ଦଳେଇ ଯୋଗ ଦେଇଥିଲେ। 


ଅନ୍ୟମାନଙ୍କର ମଧ୍ୟରେ ସଂଗଠନ ର ସଭାପତି ମଧୁମିତା ରାୟ ଚୌଧୁରୀ, ଉପସଭାପତି ସବିତା ବେହେରା,ସମ୍ପାଦକ ମୁରଲୀଧର ପ୍ରଧାନ,ମଙ୍ଗୁ ,ବିରାଜ ଏବଂ ବାଙ୍କୀ ରେ ସାଇନ ଅଫ ସନ୍ଧ୍ୟା ସଂଗଠନ ର କର୍ମକର୍ତ୍ତା ଜିତେନ,ପ୍ରୀତି,ଚିନ୍ମୟ,ସୋମୁ,ଜ୍ୟୋତି,ସୁନିଲ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।
ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି।

ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ

June 25, 2019



ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ।ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି।ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ  ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି।

ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

ଧାରଣାରେ ବସିବାରୁ ନିଜର ହକ ପାଇଲେ କିନ୍ନର

June 25, 2019



କଟକ:ସରକାରୀ ସହାୟତା ପ୍ରତିଶ୍ରୁତି ଯେତେବେଳେ ପ୍ରତାରଣା ସାଜିଲା ସେତେବେଳେ ନିଜର ହକ ପାଇଁ  ଧାରଣାରେ ବସିଲେ କିନ୍ନର ଆଉ ବାଧ୍ୟ ହୋଇ ପ୍ରତାରଣାର କବାଟ ଫିଟାଇ ସହାୟତା କରିବାକୁ ବାଧ୍ୟ ହେଲେ ସରକାରୀ ବାବୁ।

ସରକାରୀ ସହାୟତା ଲୋକଙ୍କୁ କେତେ ସହଜରେ ମିଳେ ତାହା ସମସ୍ତଙ୍କୁ ଜଣା। କଟକ ସହର ର ୩୮ ନମ୍ବର ୱାର୍ଡ ସୂର୍ଯ୍ୟ ବିହାର ରେ ରହୁଥିବା କିନ୍ନର ମାନଙ୍କର ଅସ୍ଥାୟୀ ଘର ଫୋନି ବାତ୍ୟା ରେ ଭାଙ୍ଗିଗଲା ତାପରେ ରାଜସ୍ବ ନିରୀକ୍ଷକ ଆସି ନିରୀକ୍ଷଣ କରି ଗଲେ ଶୀଘ୍ର ସହାୟତା ର ପ୍ରତିଶ୍ରୁତି ମଧ୍ୟ ଦେଲେ। ମାସେ ବିତିଗଲା ପରେ ମଧ୍ୟ ମିଳିନାହିଁ ପଲିଥିନ। ଯାହା ଫଳରେ ଅସରାଏ ବର୍ଷାରେ ମୁଣ୍ଡ ଗୁଂଜୁଥିବା ଘରେ ଝରିଲା ବର୍ଷାର ପାଣି। ଶେଷରେ ଗତକାଲି ସମାଜ ସେବୀ ତଥା କିନ୍ନର ତନୁଶ୍ରୀ ବେହେରାଙ୍କ ବେତୃତ୍ବରେ କିନ୍ନର ମାନେ ୬ ଘଣ୍ଟା ଧାରଣା ଦେବା ପରେ ରାଜସ୍ବ ନିରୀକ୍ଷକ ଶେଷରେ ପଲିଥିନ ଦେବା ପାଇଁ ବାଧ୍ୟ ହେଲେ।

ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

ପୋଲିସ ର ଉପସ୍ଥିତ ବୁଦ୍ଧି ଓ ସାମାଜିକ ଗଣମାଧ୍ୟମ ଯୋଗୁ ହଜିଯାଇଥିବା ବୃଦ୍ଧା ଫେରିଲେ ତାଙ୍କର ଘରକୁ।

June 09, 2019

ସୋସିଆଲ ମିଡ଼ିଆ ର ପ୍ରଭାବ ରେ ବୃଦ୍ଧା ଙ୍କୁ ଫେରିପାଇଲେ ତାଙ୍କର ପରିବାର ଲୋକେ।ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ଓ ଏମ ପି ଛକ ଠାରେ ବୁଲୁଥିବା ସମୟରେ ତାଙ୍କୁ ଚାଉଲିଆଗଞ୍ଜ ଥାନା ପୋଲିସ ଉଦ୍ଧାର କରି ନିଜର ହେପାଜତ ରେ ରଖିଥିଲେ। ଏହା ପରେ ଥାନାର ଆଇ ଆଇ ସି ଦୀପକ ମିଶ୍ର ତ୍ରୁରନ୍ତ ହୁଆଟସଆପ ମାଧ୍ୟମରେ ଅବଗତ କରାଇଥିଲେ। ପରେ ଜଣଙ୍କର ବ୍ୟକ୍ତିଗତ ସାମାଜିକ ଗଣମାଧ୍ୟମ ଓ କଟକ ଖବର ନାମକ ଏକ ଫେସବୁକ ପେଜରେ ପୋଷ୍ଟ ହୋଇଥିଲା। ତୁରନ୍ତ ଏହା ବିଜୁଳି ଵେଗରେ ମାଡି ଯାଇଥିଲା । ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଉକ୍ତ ବୃଦ୍ଧା ଙ୍କର ସମ୍ପର୍କୀୟ ଆସି କଟକ ଚାଉଲିଆଗଞ୍ଜ ଥାନାରେ ପହଞ୍ଚି ଥିଲେ ଓ ତାଙ୍କୁ ନେଇକି ଯାଇଥିଲେ। 
ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

ସ୍ତ୍ରୀ କୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ।

June 09, 2019

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅରଖକୁଦ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଛି । ଏହି ଗାଁର ଚନ୍ଦନ ଜେନା ନାମକ ଜଣେ ବ୍ୟକ୍ତି ତାର ସ୍ତ୍ରୀ କନକଲତା ଜେନାଙ୍କୁ ନିର୍ଦ୍ଦୟ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଛି । ରକ୍ତଲଗା ଟାଙ୍ଗିଆକୁ ଧରି ପାଟକୁରା ଥାନାରେ ଆତ୍ମ ସମର୍ପଣ କରିଛି । ଘଟଣାଟି ଗତ କାଲି ବିଳମ୍ବିତ ରାତିରେ ଘଟିଛି ।

ସମ୍ବାଦଦାତା 
 
Copyright © Update Odia. Jagannathmohantypapun4@gmail.com, 9437146387