Headlines

ନିଜର ଜୀବନ କୁ ବାଜି ଲଗାଇ ଛାତ୍ରୀଙ୍କର ଜୀବନ ବଞ୍ଚାଇଲେ କନେଷ୍ଟବଳ ଶରତ କୁମାର ବିଶ୍ଵାଳ

କଟକ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଝରିଲୋ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଭଳି ରାସ୍ତା ପାର ହୋଇ ଯାଉଥିଲେ, ଠିକ୍ ସବୁଦିନ ପରି କଟକ ସଦର ଥାନା ରେ କାର୍ଯ୍ଯରତ କନେଷ୍ଟବଳ ଶରତ କୁମାର ବିଶ୍ଵାଳ ବ୍ରାହ୍ମଣଝରିଲୋ ବଜାରରେ ଟ୍ରାଫିକ ଦାୟିତ୍ଵ ରେ ରହି ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତା ପାରି କରୁଥିବା ବେଳେ,ଏହି ସମୟରେ ଏକ ୪୦୭ ଟ୍ରକ ନଂ ଓଡି-୦୫-ଭି-୬୩୩୫ କନେଷ୍ଟବଳଙ୍କ ସିଗନାଲ କୁ ନମାନି ରାସ୍ତା ପାରି ହେଉଥିବା ଛାତ୍ରଛାତ୍ରୀ ମାନଙ୍କ ଉପରକୁ ମାଡିଆସିଥିଲା, ତାହାପରେ ଯାହା ଘଟିଲା ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା, କର୍ତ୍ତବ୍ୟରତ ପୋଲିସ କନେଷ୍ଟବଳ ଜଣକ ଟ୍ରକ ଆଗକୁ ଡେଇଁ ରାସ୍ତା ପାରି ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତା କଡକୁ ଠେଲିଦେଇଥିଲେ ଏବଂ ସୋଭାଗ୍ଯ ବଶତଃ ଟ୍ରକ ଆଗରେ ଗଡି ଗଡି ନିଜ ଜୀବନ ରକ୍ଷା କରିଥିଲେ, ନିଜେ ସାମାନ୍ୟ ଆହତ ହୋଇଥିଲେ, କନେଷ୍ଟବଳ ଶ୍ରୀ ବିଶ୍ଵାଳ ଙ୍କ ଏହି ଦୁଃସାହାଶିକ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଜୀବନ ସହିତ ନିଜ ଜୀବନ ରକ୍ଷା ପାଇ ଯାଇଥିଲା, ଏଭଳି ମହତ କାର୍ଯ୍ୟ ପାଇଁ ଅଭିଭାବକ ଓ ବଜାରରେ ଉପସ୍ଥିତ ଲୋକ ମାନେ ତାଙ୍କୁ ପ୍ରଶଂସା କରିଛନ୍ତି, ପରେ ସଦର ଥାନା ପୋଲିସ ସମ୍ପୃକ୍ତ ଟ୍ରକ ଟିକୁ ଜବତ କରିବା ସହ ଗାଡି ଚାଳକକୁ ଗିରଫ କରିଥିବା ଜଣାପଡିଛି।

ସମ୍ବାଦଦାତା ଅସୀମ ଅମିତାଭ ମହାପାତ୍ର

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387