Headlines

କଟକରେ ପୋଲିସ ଏ.ସି.ପି ସରିଫ ଙ୍କର ଦବଙ୍ଗ ଗିରି ବିଷୟରେ ମୁହଁ ଖୋଲିଲେ ମାଡ଼ ଖାଇଥିବା ଯୁବକ ଉମେଶ ନାୟକ।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ମଦମୁକ୍ତ ଯୁବ ବାହିନୀ ତରଫରୁ   ଚାଲିଥିବା ମଦମୁକ୍ତି ଅଭିଯାନ ଗତକାଲି ଶେଷ ହେବା ପୂର୍ବରୁ ସରକାରଙ୍କର ଇଙ୍ଗିତରେ ରେ ପୁଲିସ ସହାୟତା ରେ କଟକ ରେ ସେମାନଙ୍କୁ ଗିରଫ କରାଯାଇଥିଲା, ଗତକାଲି ସକାଳୁ କଟକ ରେଳ ଷ୍ଟେସନ ରୁ ଏକ ଶୋଭାଯାତ୍ରା ବାହାରି ବାଦାମବାଡ଼ି ରେ ପହଂଚିଥିଲେ, ସେଠାରେ ପରମିସନ କୁ ନେଇ ପୁଲିସ ଓ ଆନ୍ଦୋଳନ କାରି ମାନଙ୍କ ମଧ୍ୟ ରେ କଥା କଟାକଟି  ହୋଇଥିଲା, ଏସିପି ସରିଫ ଆନ୍ଦୋଳନ କାରୀଙ୍କୁ ସେଠାରୁ ଚାଲି ଯିବା କୁ ଆଦେଶ ଦେଇ ଥିଲେ କିନ୍ତୁ ଆନ୍ଦୋଳନ କାରୀମାନେ ପଦ ଯାତ୍ରା କରିବା ପାଇଁ ଜିଦ କରିଥିଲେ, ଏସିପି ଉତ୍ୟକ୍ତ ହୋଇ ଆନ୍ଦୋଳନ କାରୀଙ୍କୁ ମାରିଥିବା ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ତା ପରେ ଆନ୍ଦୋଳନ କାରୀଙ୍କୁ ଗିରଫ କରାଯାଇ ମଧୁପାଟଣା ଥାନାରେ ରଖାଯାଇଥିଲା, ସେଠାରେ ଆନ୍ଦୋଳନ ରେ ଥିବା ମହିଳା ମାନେ ପୁଣି ନାରା ବାଜି କରିଥିଲେ ଓ ଶେଷରେ ସନ୍ଧ୍ୟା ରେ ସେମାନଙ୍କୁ ଛଡାଯାଇଥିଲା ଓ ସେମାନଙ୍କୁ କହିବା ଅନୁଯାୟୀ ଆଗକୁ ନିର୍ବାଚନ ଥିବାରୁ  ସରକାର ମଦ ବିରୋଧୀ ଆନ୍ଦୋଳନ କୁ ଭଣ୍ଡୁର କରା ଯିବା ଲାଗି ପୁଲିସ ସହାୟତା ରେ  ଗୋଟିଏ ହୀନ ରାଜନୀତିକରଣ କରୁଅଛନ୍ତିବୋଲି ଅଭିଯୋଗ ଆସିଛି ।ମାଡ଼ ଖାଇଥିବା ଯୁବକ ଉମେଶ ନାୟକ  ମିଡ଼ିଆ ସାମ୍ନାରେ ମୁହଁ ଖୋଲିକି କହିଛନ୍ତି ଯେ ଏସ ସି ପି ସରିଫ ଯେଉଁଭଳି ଭାବରେ ତାଙ୍କୁ ଆକ୍ରମଣ କଲେ ତାହାର ପ୍ରତିବାଦ କରିବା ସହ ଆଗକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜଣାଇବେ ଓ ଦରକାର ପଡିଲେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ।

ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି।

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387