Headlines

ଗୌତମ ଗମ୍ଭୀର ଏଣିକି ଖେଳିବେ ରାଜନୀତି ପଡ଼ିଆରେ, ସାମିଲ ହେଲେ ବିଜେପିରେ।

ନୂଆଦିଲ୍ଲୀ:ବିଜେପିରେ ସାମିଲ ହେଲେ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗମ୍ଭୀର । ଚଳିତ ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏହି ଆସନରେ ବିଜେପି ନେତା ମୀନାକ୍ଷୀ ଲେଖି ପ୍ରତିନିଧିତ୍ୱ କରୁଛନ୍ତି  ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ଗମ୍ଭୀର । ଅନ୍ୟପଟେ ଗମ୍ଭୀର ଦଳରେ ସାମିଲ ହେବା ବିଜେପି ପାଇଁ ଲାଭଦାୟକ ହେବ ଏବଂ ସେ ଦଳ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଅରୁଣ ଜେଟଲୀ କହିଛନ୍ତି । ଜେଟଲୀ ବିଜେପି ଲଗାତାର ଦେଶରେ ପ୍ରଭାବ ବିସ୍ତାର କରୁଛି । ଏହି କଡ଼ିରେ ଆଜି ଗମ୍ଭୀର ଦଳରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଗୌତମ ଗମ୍ଭୀର ରାଜନୀତିରେ କରିବେ ନାହିଁ ବୋଲି କହିଥିଲେ ।
ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387