Headlines

ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରୁ ଏଥର ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ।

ଯାଜପୁର: ବହୁଜନ ସମାଜବାଦୀ ପାର୍ଟି ଦଳ ତରଫରୁ ପ୍ରାର୍ଥୀ ହେବେ ବୋଲି କାଜଲ ସୂଚନା ଦେଇଛନ୍ତି।ଗତ ସୋମବାର ଦିନ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି। ବି ଏସ ପି ର ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ସଗରିଆ କାଜଲ କୋରେଇରୁ ପ୍ରାର୍ଥୀ ହେବେ ବୋଲି ଯାଜପୁର କିନ୍ନର ସଂଘକୁ ଜଣାଇଛନ୍ତି। 

କାଜଲ ଯାଜପୁର କିନ୍ନର ସଙ୍ଘର ସଭାପତି ସହ ଜଣେ ସମାଜସେବୀ ଭାବରେ ବେଶ ପରିଚିତ। ବିଭିନ୍ନ ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ କରିବ ସହ ନାରୀ ମାନଙ୍କୁ ତାଙ୍କର ନ୍ୟାୟ ପ୍ରଦାନ ଦିଗରେ ମଧ୍ୟ ବହୁ କାର୍ଯ୍ୟ କରିଛନ୍ତି। ନିର୍ବାଚନ ଠିଆ ହେବା ଉପରେ କାଜଲ ପ୍ରତିକ୍ରିୟା ରଖିକରି କହିଛନ୍ତି ଯେ ସେ ହାର ଜିତ ପାଇଁ , କି ଭୋଟ ସଂଖ୍ୟା ଗଣିବା ପାଇଁ ନିର୍ବାଚନ ଲଢ଼ିବେନାହିଁ । ସେ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ଯେ କିନ୍ନର ମାନେ ଉଭୟ ପୁରୁଷ ଓ ନାରୀ ସହ ସମାନ ଭାବରେ ଦୁନିଆରେ ପାଦ ପକାଇ ଚାଲିପରିବେ।

ଜଣେ କିନ୍ନର ଯଦି ରାଜନୀତି କୁ ଆସନ୍ତି ତେବେ କିଛି ପରିବର୍ତ୍ତନ ଆସିପାରିବ ଵୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି। ସେପଟେ କାଜଲ ନିର୍ବାଚନ ଲଢ଼ିବା ଖବର ପ୍ରକାଶ ପାଇବା ପରେ ଯାଜପୁର କିନ୍ନର ସଂଘରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

Share this:

1 comment :

 
Copyright © Update Odia. Jagannathmohantypapun4@gmail.com, 9437146387