Headlines

ଧାରଣାରେ ବସିବାରୁ ନିଜର ହକ ପାଇଲେ କିନ୍ନର



କଟକ:ସରକାରୀ ସହାୟତା ପ୍ରତିଶ୍ରୁତି ଯେତେବେଳେ ପ୍ରତାରଣା ସାଜିଲା ସେତେବେଳେ ନିଜର ହକ ପାଇଁ  ଧାରଣାରେ ବସିଲେ କିନ୍ନର ଆଉ ବାଧ୍ୟ ହୋଇ ପ୍ରତାରଣାର କବାଟ ଫିଟାଇ ସହାୟତା କରିବାକୁ ବାଧ୍ୟ ହେଲେ ସରକାରୀ ବାବୁ।

ସରକାରୀ ସହାୟତା ଲୋକଙ୍କୁ କେତେ ସହଜରେ ମିଳେ ତାହା ସମସ୍ତଙ୍କୁ ଜଣା। କଟକ ସହର ର ୩୮ ନମ୍ବର ୱାର୍ଡ ସୂର୍ଯ୍ୟ ବିହାର ରେ ରହୁଥିବା କିନ୍ନର ମାନଙ୍କର ଅସ୍ଥାୟୀ ଘର ଫୋନି ବାତ୍ୟା ରେ ଭାଙ୍ଗିଗଲା ତାପରେ ରାଜସ୍ବ ନିରୀକ୍ଷକ ଆସି ନିରୀକ୍ଷଣ କରି ଗଲେ ଶୀଘ୍ର ସହାୟତା ର ପ୍ରତିଶ୍ରୁତି ମଧ୍ୟ ଦେଲେ। ମାସେ ବିତିଗଲା ପରେ ମଧ୍ୟ ମିଳିନାହିଁ ପଲିଥିନ। ଯାହା ଫଳରେ ଅସରାଏ ବର୍ଷାରେ ମୁଣ୍ଡ ଗୁଂଜୁଥିବା ଘରେ ଝରିଲା ବର୍ଷାର ପାଣି। ଶେଷରେ ଗତକାଲି ସମାଜ ସେବୀ ତଥା କିନ୍ନର ତନୁଶ୍ରୀ ବେହେରାଙ୍କ ବେତୃତ୍ବରେ କିନ୍ନର ମାନେ ୬ ଘଣ୍ଟା ଧାରଣା ଦେବା ପରେ ରାଜସ୍ବ ନିରୀକ୍ଷକ ଶେଷରେ ପଲିଥିନ ଦେବା ପାଇଁ ବାଧ୍ୟ ହେଲେ।

ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387