ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି
Home > ରାଜ୍ୟ > ପୋଲିସ ର ଉପସ୍ଥିତ ବୁଦ୍ଧି ଓ ସାମାଜିକ ଗଣମାଧ୍ୟମ ଯୋଗୁ ହଜିଯାଇଥିବା ବୃଦ୍ଧା ଫେରିଲେ ତାଙ୍କର ଘରକୁ।
ପୋଲିସ ର ଉପସ୍ଥିତ ବୁଦ୍ଧି ଓ ସାମାଜିକ ଗଣମାଧ୍ୟମ ଯୋଗୁ ହଜିଯାଇଥିବା ବୃଦ୍ଧା ଫେରିଲେ ତାଙ୍କର ଘରକୁ।
By Update ଓଡ଼ିଆ • June 09, 2019 • ରାଜ୍ୟ • Comments : 0
ସୋସିଆଲ ମିଡ଼ିଆ ର ପ୍ରଭାବ ରେ ବୃଦ୍ଧା ଙ୍କୁ ଫେରିପାଇଲେ ତାଙ୍କର ପରିବାର ଲୋକେ।ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ଓ ଏମ ପି ଛକ ଠାରେ ବୁଲୁଥିବା ସମୟରେ ତାଙ୍କୁ ଚାଉଲିଆଗଞ୍ଜ ଥାନା ପୋଲିସ ଉଦ୍ଧାର କରି ନିଜର ହେପାଜତ ରେ ରଖିଥିଲେ। ଏହା ପରେ ଥାନାର ଆଇ ଆଇ ସି ଦୀପକ ମିଶ୍ର ତ୍ରୁରନ୍ତ ହୁଆଟସଆପ ମାଧ୍ୟମରେ ଅବଗତ କରାଇଥିଲେ। ପରେ ଜଣଙ୍କର ବ୍ୟକ୍ତିଗତ ସାମାଜିକ ଗଣମାଧ୍ୟମ ଓ କଟକ ଖବର ନାମକ ଏକ ଫେସବୁକ ପେଜରେ ପୋଷ୍ଟ ହୋଇଥିଲା। ତୁରନ୍ତ ଏହା ବିଜୁଳି ଵେଗରେ ମାଡି ଯାଇଥିଲା । ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଉକ୍ତ ବୃଦ୍ଧା ଙ୍କର ସମ୍ପର୍କୀୟ ଆସି କଟକ ଚାଉଲିଆଗଞ୍ଜ ଥାନାରେ ପହଞ୍ଚି ଥିଲେ ଓ ତାଙ୍କୁ ନେଇକି ଯାଇଥିଲେ।
Subscribe to:
Post Comments
(
Atom
)
Post a Comment