Headlines

ଅଗ୍ରଣୀ ସାମାଜିକ ସଂଗଠନ ସାଇନ ଅଫ ସନ୍ଧ୍ୟା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ।


କଟକ:ଅଗ୍ରଣୀ ସାମାଜିକ ସଂଗଠନ ସାଇନ ଅଫ ସନ୍ଧ୍ୟା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ରାଣୀ ସୁଖାଦେୟି ମହିଳା ମହାବିଦ୍ୟାଳୟ ବାଙ୍କୀ ଠାରେ ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିର ରେ ବହୁ ଯୁବକ ଓ ଯୁବତୀ ମାନେ ସ୍ବ ଇଚ୍ଛାରେ ଆସି ରକ୍ତଦାନ କରିଥିଲେ।କାର୍ଯ୍ୟକ୍ରମ ରେ ସର୍ବମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଙ୍କୀ ସଭାପତି ସୁବାସ ପତି, ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ୟାମସୁନ୍ଦର ରାଉତ, ସମାଜସେବୀ ଓ ପ୍ରାଧ୍ୟାପିକା ସନ୍ଧ୍ୟା ମହାନ୍ତି ଓ ସାଇନ ଅଫ ସନ୍ଧ୍ୟାର ଅଧକ୍ଷା ସାଧ୍ୟରାଣୀ ଦଳେଇ ଯୋଗ ଦେଇଥିଲେ। 


ଅନ୍ୟମାନଙ୍କର ମଧ୍ୟରେ ସଂଗଠନ ର ସଭାପତି ମଧୁମିତା ରାୟ ଚୌଧୁରୀ, ଉପସଭାପତି ସବିତା ବେହେରା,ସମ୍ପାଦକ ମୁରଲୀଧର ପ୍ରଧାନ,ମଙ୍ଗୁ ,ବିରାଜ ଏବଂ ବାଙ୍କୀ ରେ ସାଇନ ଅଫ ସନ୍ଧ୍ୟା ସଂଗଠନ ର କର୍ମକର୍ତ୍ତା ଜିତେନ,ପ୍ରୀତି,ଚିନ୍ମୟ,ସୋମୁ,ଜ୍ୟୋତି,ସୁନିଲ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।
ସମ୍ବାଦଦାତା ଜଗନ୍ନାଥ ପ୍ରସାଦ ମହାନ୍ତି।

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387