Headlines

ସାହାସିକତା ପାଇଁ ପାଇଲେ ୩ ଯୁବକ ପୁରସ୍କାର।

କଟକ: ଦୁଇଦିନ ତଳେ ସାତବାଟିଆ ସ୍ଥିତ କେନ୍ଦ୍ରାପଡା କେନାଲରେ ଭାସିଯାଉଥିବା ଜଣେ ଯୁବକଙ୍କୁ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ପୁରସ୍କୃତ କରିଛନ୍ତି।ତିନି  ଯୁବକ ବିଜୁ ଯୁବ ବାହିନୀ ଓ ମୁକ୍ତେଶ୍ଵର କ୍ଲବର ସଦସ୍ୟ।

ଜଗତପୁର ଡାକ ବଙ୍ଗଳା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ଧାର କରିଥିବା ବିକାଶ ଭୂଇଁଆ, ସମ୍ବିତ ପ୍ରଧାନ ଓ ରାଜେଶ ବେହେରାଙ୍କୁ ମାନପତ୍ର ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ।

ଏହି ଅବସରରେ ମୁକ୍ତେଶ୍ଵର କ୍ଲବର ସଭାପତି ପୁଷ୍ପଜିତ ପ୍ରଧାନ,ଉପ ସଭାପତି ଦିଲ୍ଲୀପ ଭୁଇଁଆ,ସମ୍ପାଦକ ଅମୂଲ୍ୟ ଭୁଇଁଆ,ସାଲେପୁର ଯୁବ ସମାଜସେବା ଓ ସାଲେପୁର ବ୍ଲକର ସଂଯୋଜିକା ଶର୍ମିଷ୍ଠା ଦାସଙ୍କର ଓ ଜିଲ୍ଲା ସଂଯୋଜକ ସୂଚିତ ମହାନ୍ତି ସମେତ ବିଜୁ ଯୁବବାହିନୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବାଦଦାତା : ଜଗନ୍ନାଥ ପ୍ରସାଦ ମହାନ୍ତି

Share this:

Post a Comment

 
Copyright © Update Odia. Jagannathmohantypapun4@gmail.com, 9437146387